//BREAKING//
Loading...

ଆତ୍ମରକ୍ଷା କୌଶଳ ଶିବିର ଉଦଯାପିତ



ଦଶପଲ୍ଲା - ଶନିବାର ଦିନ ଦଶପଲ୍ଲା ବୃନ୍ଦାବନ ସୁବୁଦ୍ଧି ମହାବିଦ୍ୟାଳୟରେ ଚାଲିଥିବା ବାଳିକା ଆତ୍ମରକ୍ଷା କୌଶଳ ତାଲିମ ଶିବିର ଉଦଯାପିତ ହୋଇ ଯାଇଛି । ଗତ ୨୮ ତାରିଖରୁ ଏହି ଶିବିର ଆରମ୍ଭ ହୋଇଥିଲା , ଏହି ତାଲିମ ଶିବିର ରେ ପ୍ରଶିକ୍ଷକ ଭାବେ ଅଙ୍କିତା ରଣା ଯୋଗ ଦେଇ ମହାବିଦ୍ୟାଳୟ ର ୧୦୨ ଜଣ ଛାତ୍ରୀ ଙ୍କୁ ତାଲିମ ପ୍ରଦାନ କରିଥିଲେ । ଉଦଯାପନୀ ଉତ୍ସବ ରେ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ,ଅଧ୍ୟାପକ ନିହାର ରଞ୍ଜନ ପଣ୍ଡା, ଏନ ଏସ ଏସ ପୋଗ୍ରାମ ଅଧିକାରୀ ଅଧ୍ୟାପକ ସରୋଜ କୁମାର ପଣ୍ଡା, ରିସୋର୍ସ ପର୍ଶନ ଆଲୋକ ସେନାପତି ପ୍ରମୁଖ ଯୋଗ ଦେଇ ତାଲିମ ନେଇଥିବା ଛାତ୍ରୀ ମାନଙ୍କୁ ତାଲିମ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ଅଧ୍ୟାପିକା ପ୍ରତିମା ପ୍ରଧାନ ସଂଯୋଜନା କରିଥିଲେ,ବିଶେଷ ଭାବେ ବର୍ତମାନ ସମୟ ରେ ଛାତ୍ରୀମାନଙ୍କ ପାଇଁ ଏହି ଆତ୍ମରକ୍ଷା କୌଶଳର ଆବଶ୍ୟକତା ସମ୍ପର୍କ ରେ ବକ୍ତବ୍ୟ ରଖିଥିବା ବେଳେ ତାଲିମ ନେଇଥିବା ଛାତ୍ରୀ ମାନେ ସେମାନଙ୍କ କଳା ନୌପଣ୍ୟ ପ୍ରଦର୍ଶନ କରିଥିଲେ ।


                  

( ଚିତ ରଂଜନ ମିଶ୍ରଙ୍କ ରିପୋର୍ଟ)

     

Post a Comment

Previous Post Next Post

ଉତ୍ସର୍ଗ ନ୍ୟୁଜ ଆରମ୍ଭ ମାତ୍ର

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe